ଚଣ୍ଡିଗଡ଼: ଆକ୍ସନମୁଡ଼ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଭଗଓ୍ବନ୍ତ ମାନ । ମହଙ୍ଗା ପଡିଲା ଲାଞ୍ଚ ନେବା । ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିସ୍କୃତ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ । ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ବିଜୟ ସିଙ୍ଗଲାଙ୍କ ବିରୁଦ୍ଧରେ ଦୁର୍ନୀତିର ତଥ୍ୟ ମିଳିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏ ତାଙ୍କୁ ଦଳରୁ ସେ ବହିଷ୍କାର କରିଛନ୍ତି। ସେ ବହିଷ୍କାର ହେବା ପରେ ତାଙ୍କୁ ଗିରଫ କରାଯାଇଛି। ଆଣ୍ଟି କରପ୍‌ସନ୍‌ ବ୍ରାଞ୍ଚ ଭ୍ରଷ୍ଟାଚାର ଅଭିଯୋଗ ପରେ ତାଙ୍କୁ ଗିରଫ କରିନେଇଥିବା ଜଣାପଡିଛି। ମନ୍ତ୍ରିମଣ୍ଡଳରୁ ବିଜୟ ସିଙ୍ଗଲାଙ୍କୁ ବହିଷ୍କାର କରିବା ପରେ ପଞ୍ଜାବ ପୁଲିସକୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ମାନ୍‌ ନିର୍ଦ୍ଦେଶ ଦେଇଥିଲେ।

ମାନ୍‌ଙ୍କ ସରକାରରେ ବିଜୟ ସିଙ୍ଗଲା ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଥିଲେ । ବିଜୟ ସିଙ୍ଗଲା ଜନୈକ ଅଧିକାରୀଙ୍କୁ ଏକ ଠିକା କାମ ଲାଗି କମିଶନ ମାଗିବା ଏବଂ ଦୁର୍ନୀତିରେ ଲିପ୍ତ ହେବାର ଅଭିଯୋଗ ଆସିଥିଲା । ବିଜୟ ଭ୍ରଷ୍ଟାଚାରରେ ଲିପ୍ତ ହେବାର ଅଭିଯୋଗକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ସିଏମ୍ ଭଗଓ୍ବନ୍ତ ମାନ୍ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିଛନ୍ତି । ଏହାସହ ଭ୍ରଷ୍ଟାଚାରକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି । ସାଧାରଣ ଜନତା ବହୁତ ଆଶା ରଖି ଆମ୍ ଆଦମୀ ପାର୍ଟିକୁ ଦାୟିତ୍ବ ଦେଇଛନ୍ତି । ତାହାକୁ ବଳବତ୍ତର ରଖିବା ଆମ କାମ । ଭ୍ରଷ୍ଟାଚାର ବିରୁଦ୍ଧରେ ମହାଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ମାନ ।