ପୁରୀ ୨୭।୯ : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷର ଦେବାଂଶ ପାତ୍ର ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ୨ବର୍ଷର ଦେବାଂଶ ଓଡିଶା ପାଇଁ ଗୌରବ ଆଣିଛନ୍ତି । ପାଇଁ ସେ ୪୦ଟି ପଶୁଙ୍କ ନାମ, ୪୮ ପକ୍ଷୀ, ୨୨ଯାନବାହନ, ୨୨ ଗାଡ଼ିର ଲୋଗୋ, ୩୫ ବିଶିଷ୍ଟ ବ୍ୟକ୍ତି, ୨୨ ଦେଶ, ୨୩ ଫଳ,୨୭ ପନିପରିବା, ୨୦ କୀଟପତଙ୍ଗ, ୧୦ ସରୀସୃପ, ୧୬ ବାଦ୍ୟଯନ୍ତ୍ର, ୧୫ ଐତିହାସିକ ପୀଠ, ୨୬ ପ୍ରକାର ଖେଳ, ୧୨ ଜାତୀୟ ସଙ୍କେତ ନାମ, ୧୪ ପର୍ବପର୍ବାଣି, ୨୮ ରାଜ୍ୟର ରାଜଧାନୀର ନାମ କହିବା ସହ ଜାତୀୟ ସଙ୍ଗୀତ ଗାନ କରି ଏହି ସଫଳତା ହାସଲ କରିଛନ୍ତି। ଏତେ ଛୋଟ ବେଳୁ ଦେବାଂଶ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନପାଇଁ ଥିବାରୁ ପ୍ରଶଂସା ର ପତ୍ର ସାଜିଛନ୍ତି । ଏହି ସଫଳତା ପରେ ଦେବାଶିଷ ପାତ୍ର ଓ ଦୀପ୍ତିମୟୀଙ୍କ ପୁଅ ଦେବାଂଶଙ୍କ ନିକଟକୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବାରେ ଲାଗିଛି। ୧ବର୍ଷ ପରେ ଦେବାଂଶ ଯାହା ଦେଖୁଥିଲା କିମ୍ବା ଶୁଣୁଥିଲା ତାହା ମନେ ରଖିଦେଉଥିଲା ବୋଲି ତାଙ୍କ ମା’ ଦୀପ୍ତିମୟୀ କହିଛନ୍ତି।

Leave a Reply

Your email address will not be published. Required fields are marked *