ନୂଆଦିଲ୍ଲୀ: ବଢ଼ିଲା ରେପୋରେଟ । ରେପୋ ହାର ୫୦ ବେସିସ ପଏଣ୍ଟ ବଢ଼ାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କ । ଶୁକ୍ରବାର ଆରବିଆଇ ପକ୍ଷରୁ ୫୦ ବେସିସ ପଏଣ୍ଟ ତଥା ୪.୫ ପଏଣ୍ଟକୁ ବୃଦ୍ଧି କରାଯାଛି। ମୁଦ୍ରାସ୍ପୀତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେଆପ ନିଆଯାଥିବା କୁହାଯାଛି। ଲଗାତର ତୃତୀୟ ଥର ଲାଗି ରେପୋରେଟ ବୃଦ୍ଧି କରିଛନ୍ତି ଆରବିଆଇ। ଶେଷଥଣ ପାଇଁ ୨୦୨୦ ମାର୍ଚ୍ଚରେ ଆରବିଆଇ ପକ୍ଷରୁ ରେପୋରେଟ୍ ହ୍ରାସ କରାଯାଥିଲା। ସେତେବେଳେ ଅର୍ଥନୀତି ଉପରେ କୋଭିଡ୍‌ ଓ ଲକଡାଉ ଜନିତ ଆର୍ଥିକ ମାନ୍ଦାବସ୍ଥା କାରଣରୁ ରେପୋରେଟ ହ୍ରାସ କରାଯାଇଥିଲା। ତିନି ଦିନର ସମୀକ୍ଷା ପରେ ଏହି ପଦକ୍ଷେପ ନେଇଛନ୍ତି ଆରବିଆଇ । ଫଳରେ ରେପୋ ହାର ୫.୪୦ ପ୍ରତିଶତ ହୋଇଛି । ଭାରତୀୟ ଅର୍ଥନୀତି ଅତ୍ୟଧିକ ମୁଦ୍ରାସ୍ଫୀତି ମଧ୍ୟରେ ଯାଉଥିବାବେଳେ ଆରବିଆଇ ବଢାଇଛନ୍ତି ରେପୋରେଟ ।

ଗତ କିଛି ମାସ ଧରି ଭାରତ ୧୩.୩ ବିଲିୟନ ଡଲାର କ୍ୟାପିଟାଲ ଆଉଟଫ୍ଲୋ ଅବସ୍ଥାରେ ଥିବାବେଳେ ମୁଦ୍ରାନୀତି ନିର୍ଦ୍ଧାରଣ କରିବା ଆରବିଆଇ ଲାଗି କଷ୍ଟସାଧ୍ୟ ହୋଇଛି ।ସେପଟେ ଚଳିତ ଆର୍ଥକ ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ହାରକୁ ୭.୨ ପ୍ରତିଶତ ରଖିଛନ୍ତି ଆରବିଆଇ । ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ଯୋଗୁ ଭାରତୀୟ ଅର୍ଥନୀତି ବାରମ୍ବାର ପ୍ରଭାବିତ ହୋଇଛି । ସେହିପରି ମୁଦ୍ରାସ୍ଫୀତି ହାର ଆର୍ଥିକ ବର୍ଷ ୨୦୨୩ ଲାଗି ୬.୭ ପ୍ରତିଶତ ଆକଳନ କରାଯାଇଛି । ସାଧାରଣ ମୌସୁମୀ ଓ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୫ ଡଲାରକୁ ଆକଳନ କରି ୨୦୨୩ ଲାଗି ମୁଦ୍ରାସ୍ଫୀତି ଆକଳନ କରାଯାଇଛି ।

ସୂଚନା ମୁତାବକ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ର ନୀତି କମିଟିର ଏକ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ ବଢ଼ିବା ସ୍ୱାରା ଏହାର ପ୍ରଭାବ ଇଏମଆଇ ଏବଂ ଋଣ ଉପରେ ପଡିବ । ଏବେ ଇଏମଆଇ ଏବଂ ଋଣ ମହଙ୍ଗା ହେବ । ସୂଚନାମୁତାବକ ୪ମାସରେ ରେପୋ ରେଟ ୧.୪୦ ପ୍ରତିଶତ ବୃଦ୍ଧି ପାଇଛି।