ଝାରସୁଗୁଡ଼ା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ ଓ ଏଆରଆଇ । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ତହସିଲ ଅନ୍ତର୍ଗତ ସାହାସପୁର ଆରଆଇ ରୂପେ କାର୍ଯ୍ୟରତ ଜସ୍ମିତା ଭୋରସାଗର ଓ ପାକେଲପଦାର ଏଆରଆଇ ଚିଙ୍କିରାଣୀ ନାଏକ ଆଜି(ଗୁରୁବାର) ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ସେହି ଗ୍ରାମରେ ବାସ କରୁଥିବା ଶାନ୍ତନୁ ଷଣ୍ଡଙ୍କ ମୃତ ବାପାଙ୍କ ନାଁରେ ଏକ ଲିଗାଲ ହାୟାର ସାର୍ଟିଫିକେଟ କରାଇ ଦେବା ପାଇଁ ପୂର୍ବରୁ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଆଜି ଦିନ ୩ଟା ସମୟରେ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହଠାତ୍ କାବୁ କରିଛି ଭିଜିଲାନ୍ସ ଟିମ୍ ।

ଲାଞ୍ଚ ଟଙ୍କା ଏଆରଆଇ ଚିଂକିରାଣୀ ନାଏକଙ୍କ ଯୋଗେ ଆରଆଇ ଜସ୍ମିତାଙ୍କ ପାଖକୁ ଯିବାର ଥିଲା ହେଲେ ହଠାତ୍ ଏହି ଖବର ଜାଣି ଆରଆଇଙ୍କୁ ଧରିଥିଲେ । ପରେ ସମସ୍ତ ପ୍ରକାର ତଥ୍ୟ ହାସଲ କରିବା ପରେ ମୁଖ୍ୟ ଅଭିଯୁକ୍ତ ଆରଆଇ ଜସ୍ମିତା ଙ୍କୁ ଧରିବାରେ ସକ୍ଷମ ହୋଇଛି । ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଆଗରୁ ମଧ୍ୟ ଏପରି କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ ହୋଇଥିଲା ।