ଭୁବନେଶ୍ବର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗଞ୍ଜାମ ଜିଲା କୋଦଳା ତହସିଲ ଅନ୍ତର୍ଗତ କେ. ବରିଡ଼ା ରାଜସ୍ବ ନୀରିକ୍ଷକ ଦେବାଶିଷ ମାଝି। ଏକ ଜବତ ବାଲି ଟ୍ରକ୍ ଛାଡ଼ିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ ଦେବାଶିଷ ମାଝି। ନିଜ କାର୍ଯ୍ୟାଳୟ ଭିତରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ଆରଆଇଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି।