ସିନାପାଲି,୨୯।୧୧(ନି ସୂ ): ସରକାର ଉନ୍ନୟନ ମୂଳକ କାର୍ଯ୍ୟ ର ତ୍ୱରାନ୍ୱିତ ଓ ଅଧିକାରୀ କର୍ମଚାରୀ ମାନଙ୍କ ସୁବିଧା ପାଇଁ ମହାନ ଉଦ୍ଧେଶ୍ୟରେ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ମାନଙ୍କ ରହିବା ସକାଶେ କାର୍ଯ୍ୟରତ ସ୍ଥାନରେ ଗୃହ ଯୋଗାଇ ରହିବାର ବ୍ୟବସ୍ଥା କରାଇଛନ୍ତି। ହେଲେ ବିଭାଗୀୟ ଅଧିକାରୀ ମାନେ ବିଭାଗୀୟ ପ୍ରଶାସନିକ ନିର୍ଦେଶ କୁ ଖାତିର ନକରି ବ୍ଲକ ମୁଖ୍ୟାଳୟରେ ରାହୁନାହାନ୍ତି। ଯଦ୍ଦ୍ୱାର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏନେଇ ସିନାପାଲି ବ୍ଲକ ସମିତି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଧିକାରୀ କର୍ମଚାରୀ ମାନଙ୍କ ରହଣି ପାଇଁ ବ୍ଲକ ମୁଖ୍ୟାଳୟରେ କ୍ୱାଟର ର ବ୍ୟବସ୍ଥା ଅଛି , ହେଲେ ସେମାନେ କାହିଁକି ରାହୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ସିନାପାଲି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନେକ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ମୁଖ୍ୟାଳୟରେ ନରହି ପ୍ରାୟ ତିରିଶି ରୁ ଚାଳିଶ କିଲୋମିଟର ଦୂରରୁ ପ୍ରତ୍ୟହ ଯିବାଆସିବା କରୁଛନ୍ତି। ସେମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ କ୍ୱାଟର ଦିଆଯାଇଥିଲେ ବି ରହୁ ନାହାନ୍ତି । ଯଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏନେଇ ପୂର୍ବରୁ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳି ନଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସିନାପାଲି ବ୍ଲକ କାର୍ଯ୍ୟାଳୟରେ ବର୍ତ୍ତମାନ ଏବିଡ଼ିଓ , ଜିପିଇଓ,ବିଏସଏସଓ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବା ବେଳେ ଆବଶ୍ୟକ ସଂଖ୍ୟକ ଯନ୍ତ୍ରୀ ତଥା ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ନାହାନ୍ତି। ପୁଣି ଅଳ୍ପ ସଂଖ୍ୟକ କର୍ମଚାରୀ ରେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଏକାଧିକ ଯନ୍ତ୍ରୀ ବ୍ଲକ ମୁଖ୍ୟାଳୟରେ ନରହିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।ସେହିପରି ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ମଧ୍ୟ ରହୁନାହାନ୍ତି। ଫଳରେ ପଞ୍ଚାୟତ ସ୍ତରରେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏଣୁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ମାନଙ୍କୁ ବ୍ଲକ ମୁଖ୍ୟାଳୟରେ ରହିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘ ପକ୍ଷରୁ ସଭାପତି ମନୀଷ ପଟେଲ,ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଲା, ଜିଲ୍ଲାପରିସଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ ପ୍ରମୁଖଙ୍କ ସମେତ ସମିତି ସଭ୍ୟସଭ୍ୟା ସାମିଲ ଥିଲେ।
ସିନାପାଲିରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା