ସିନାପାଲି-୧/୧୨/ନିସୂ :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିଡିପିଓ ଅଫିସ ଆଗରେ ମାଣବସା ଗୁରୁବାର ପାଳିଲେ ଅଙ୍ଗନବାଡି କର୍ମି ଓ ସହାୟିକା ଏବଂ ୧୧ଦିନରେ ପହଞ୍ଚିଲା ୮ଦଫା ଦାବୀ ନେଇ ଆନ୍ଦୋଳନ। ପ୍ରକାଶ ଯେ ଆଜିକାର ଦିନରେ ଓଡ଼ିଶା ପରମ୍ପରା ଅନୁସାରେ ଘରେ ଘରେ ମାଣବସା ଗୁରୁବାର ପାଲନ କରିବା କଥା ହେଲେ ଶହଶହ ଅଙ୍ଗନବାଡି କର୍ମି ଓ ସହାୟିକା ସିଡିପିଓ ଅଫିସ ଆଗରେ ମାଣବସା ଗୁରୁବାର ପାଳନ କରିଥିବା ଜଣାପଡିଛି। ଆଜିକୁ ୧୧ ଦିନ ହେଲା ୮ଦଫା ଦାବୀ ନେଇ ଅଙ୍ଗନବାଡି କର୍ମି ଓ ସହାୟିକା ରାଜ୍ଯ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସମେତ ବ୍ଲକ ସ୍ତରୀୟ ସିଡିପିଓ ଅଫିସ ଆଗରେ ଧାରଣା ଦେଇଛନ୍ତି। ରାଜ୍ଯ ସରକାର ଏମାନଙ୍କ ଦାବୀ ପୂରଣ ନକରିବା ଯାଏଁ ଧାରଣା ରେ ବସି ରହିବୁ ବୋଲି ସଂଘ ତରଫରୁ ଚେତାବନୀ ଦେଇଛନ୍ତି। ଦାବୀ ଗୁଡିକ ହେଲା ୨୦୧୮ ମସିହାରେ ଆନ୍ଦୋଳନ କରିଥିବା ବହିଷ୍କୃତ ଅଙ୍ଗନବାଡି କର୍ମି ଙ୍କୁ ନିଯୁକ୍ତି, ଅଙ୍ଗନବାଡି କର୍ମି ଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଯେତେଦିନ ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମି ଙ୍କୁ ସରକାରୀ ମାନ୍ୟତା ନଦିଆଯାଇଛି ସେପର୍ଯ୍ୟନ୍ତ କର୍ମି ଙ୍କୁ ୧୮ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୯ହଜାର ଟଙ୍କା ପ୍ରଦାନ ସମେତ ଅନ୍ୟାନ୍ୟ ଦାବୀ ଗୁଡିକ ରହିଛି। ସିନାପାଲି ଅଙ୍ଗନବାଡି କର୍ମି ସଂଘ ଉପସଭାନେତ୍ରୀ ଉର୍ମିଳା ସୁନାନୀ, ସମ୍ପାଦିକା ଭାନୁମତୀ ନାଏକ, ଜାନକୀ ମେହେର, କବିତା ସାହୁ, ଗୋପାବାଲି ନାଏକ, ସୁଚୀସ୍ମିତା କର, ମଞ୍ଜୁଲା ମାଝି, ସରୋଜିନୀ ଦାସ, ସୁନୀତା ପତି, ବେଲମତି ମାଝି, ମଥୁରା ଦଣ୍ତସେନା, ତ୍ରୀବେଣି, ତିଲୋତମା ଜଗତ, ଯାଗ୍ୟସେନୀ ସୁନାନୀ, ବନିତା ଜଗତ, ଭାନୁମତୀ ମହାନନ୍ଦ, ନିଲିମା ମାଝି, ଅଷ୍ଟମୀ ହଂସ, ସଂଙ୍ଗିତା ହଂସ ସମେତ ଶହଶହ ଅଙ୍ଗନବାଡି କର୍ମି ଓ ସହାୟିକା ଉପସ୍ଥିତ ଥିଲେ।
ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା