ସିନାପାଲି-୧/୧୨/ନି ସୂ :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଅଞ୍ଚଳ ନଙ୍ଗଲବୋଡ ଗ୍ରାମ ପଞ୍ଚାୟତ ର ଗୋଲାବେଡା ଗାଁଲୋକେ ବିକାଶର ଅର୍ଥ ଆଜିଯାଏ ଯାଣି ପାରୁନାହାନ୍ତି। କାରଣ ସେହିଭଳି ଆଖିଦିଶିଆ ବିକାଶ ହୋଇନାହିଁ। ସିନାପାଲି ବ୍ଲକ ମହକୁମା ଠାରୁ ଦିର୍ଘ ୨୫ କିଲୋମିଟର ଦୂର ଓ ପଞ୍ଚାୟତ କାର୍ଯ୍ୟାଳୟ ରୁ ୩ କିଲୋମିଟର ଦୂର ରେ ରହିଛି ଗୋଲାବେଡା ଗାଁ। ଗାଁ ରେ ୮୦ ଆଦିବାସୀ ପରିବାର ରହୁଥିବା ବେଲେ ୨ଶହ ରୁ ଉର୍ଧ ଲୋକ ବସବାସ କରନ୍ତି। ଏଠାକାର ମୁଖ୍ଯ ସମସ୍ୟା ହେଲା ଗମନାଗମନ, ଶିକ୍ଷା ଓ ବିଜୁଲି ସମେତ ନାନା ଅସୁବିଧା ଭୋଗିଥାନ୍ତି। ରାସ୍ତା ନଥିବାରୁ ଗ୍ରାମବାସୀ ନାନାଦି ଅସୁବିଧା ର ସମ୍ମୁଖିନ ହେଉଥିବା ବେଳେ ରୋଗୀକୁ ଖଟିଆ ରେ ୩ କିଲୋମିଟର ଦୂର ବୋହି ମୁଖ୍ଯ ରାସ୍ତା କୁ ନେବାକୁ ପଡେ। ଘଞ୍ଚ ଜଙ୍ଗଲ ରେ ରାସ୍ତା ନଥିବାରୁ ଗାଁ ପିଲା ପାଠ ପଠାରୁ ବଞ୍ଚିତ ହୋଇ ଗାଇ ଚରାଉଛନ୍ତି। ଏବଂ ଛୋଟ ଛୋଟ ଶିଶୁମାନେ ଅଙ୍ଗନବାଡି ଶିକ୍ଷା ଭଲଭାବେ ପାଉନଥିବା ଲୋକେ ପ୍ରକାଶ କରୁଛନ୍ତି। ଗ୍ରାମର କିଛି ପିଲା ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଆସୁଛନ୍ତି। ଗ୍ରାମର ଆଉ ଏକ ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଲା ପାନୀୟ ଜଲ। ଗ୍ରାମରେ ୨ଟି ନଲକୂପ ରହିଛି। ହେଲେ ଏଠାରେ ବସୁଧା ଯୋଜନା ବାଟବଣା ହୋଇଥିବା ବେଳେ ଏକ ସୋଲାର ପାଣିଟାଙ୍କି ରହିଛି। ହେଲେ ସେହି ପାଣି ଟାଙ୍କି ମାସ ମାସ ଧରି ଅଞ୍ଚଳ ହୋଇ ପଡିଛି। ରାସ୍ତା ନଥିବାରୁ ସରକାରୀ କର୍ମଚାରୀ ମାନେ ଦଃଖ ସୁଖ ବୁଝିବା ପାଇଁ ଗାଁକୁ ଯିବାକୁ ଇଚ୍ଛୁକ ନଥାନ୍ତି। ଆଜି ଯାଏ ଗାଁରେ ପାଦ ପଡି ନାହିଁ। ସେହିପରି ଆଜି ଯାଏଁ ବର୍ଷ ବର୍ଷ ହେଲା ବିଜୁଲି ସଂଯୋଗ ହୋଇନଥିବା ବେଲେ ଘର ସମ୍ମୁଖ ରେ ସୋଲାର ଲାଇଟ୍ ଲାଗିଛି ତାହାପୁଣି ଅଞ୍ଚଳ ହୋଇ ରହିଛି। ଯାହା ଫଳ ରେ ଗ୍ରାମବାସୀ ଅନ୍ଧାର ରେ ରହୁଛନ୍ତି। ଗ୍ରାମ କୁ ଯାତାୟାତ, ଶିକ୍ଷା, ଜଲ ଓ ବିଜୁଳି ସମସ୍ୟା ରହିଥିବା ରୁ ଗ୍ରାମବାସୀ ସରକାର ଙ୍କୁ ଖୋଲା ଚେଲେଞ୍ଜ ଦେଇଛନ୍ତି। ଆଗାମୀ ଦିନରେ ଏକ ଅଙ୍ଗନବାଡି ସେଣ୍ଟର ଓ ଅନ୍ୟାନ୍ୟ ସୁବିଧା ସରକାର ନକରନ୍ତି ତେବେ ଛତିଶଗଡ଼ ରେ ସାମିଲ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଗୋଲାବେଡା ର ୨୫ ରୁ ଉର୍ଧ ପରିବାର ମୌଳିକ ସୁବିଧା ରୁ ବଞ୍ଚିତ ହେବାରୁ ଛତିଶଗଡ଼ ରେ ଯାଇ ସାମିଲ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ଗ୍ରାମବାସୀ ଏକ ବୈଠକ କରି ନିଜ ନିଜ ମତ ପ୍ରକାଶ କରିଥିବା ବେଲେ ସୁକରାମ ପହରିଆ, ଗୋବିନ୍ଦ ମାଝି, କ୍ଷିରସିଂନ୍ଦୁ ମାଝି, ଠାକୁର ମାଝି, ତିରନ ମାଝି, ମୋହନ ମାଝି, ପୋଲସିଂ ମାଝି, ତୁଲାରାମ ପହରିଆ, ଖାମସିଂ ପହରିଆ, ଦସରୁ ମାଝି, ଅମ୍ୱିକା ମାଝି, ପୁନେ ମାଝି, ଲୋଚନ ମାଝି, ହରମନି ମାଝି ସମେତ ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ।ଏନେଇ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା