ଯାଜପୁର: ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଧାରଣାର ଖୋସାଲିପୁର ନିକଟରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଆଜି ସକାଳେ ସ୍ଥାନୀୟ ଲୋକେ ରେଳ ଧାରଣାରେ ମୃତଦେହ ପଡ଼ିଥିବା ଦେଖିଥିଲେ । ସଂଗେ ସଂଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆରପିଏଫ୍ ।ଆରପିଏଫ ମୃତଦେହକୁ ଜବତ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦାରଖ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଯୁବକର କୌଣସି ପରିଚୟ ମିଳିପାରି ନାହିଁ । ମୃତକଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ଯୁବକ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଦୁର୍ଘଟଣା ସେହି ବିଷୟରେ ଅଧିକ ଖୋଳତାଡ ଜାରି ରଖିଛି ରେଳବାଇ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *