କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡ଼େଇଁ ପଡ଼ିଥିବା ଯୁବକଙ୍କ ମୃତଦେହ ଉଦ୍ଧାର। ଦୀର୍ଘ ଘଣ୍ଟା ଖୋଜାଖୋଜି ପରେ ଓଡ୍ରାଫ ଓ ଦମକଳ ବାହିନୀ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି । କଟକ-ଭୁବନେଶ୍ୱର ରାସ୍ତା କାଠଯୋଡ଼ି ବ୍ରିଜରୁ ଡ଼େଇଁପଡ଼ିଥିଲେ ଯୁବକ। ମୃତକ ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ ୩ର ସପନ ବେହେରା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ କଟକ-ଭୁବନେଶ୍ୱର କାଠଯୋଡି ପୋଲ ଉପରେ ଆଜି ସକାଳେ ଜଣେ ଯୁବକ ନିଜ ସ୍କୁଟି(ଓଆର ୦୨ ବିଆର ୭୯୫୬) ରଖି ନଦୀକୁ ଡେଇଁପଡ଼ିଥିଲେ | ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳ ସପନ କୁମାର ବେହେରା(୨୯)। ଯୁବକ ଜଣକ ଏକ ଘରୋଇ କୋରିୟର କମ୍ପାନୀରେ କାର୍ଯ୍ୟରତ ଥିବା ସୂଚନା ମିଳିଛି। ଖବର ପାଇଁ ଓଡ୍ରାଫ୍ ଟିମ୍ ଆସି ବହୁ ଖୋଜାଖୋଜି କରିଥିଲା। ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିଜ ସ୍କୁଟି ରଖି ନଦୀକୁ ଡେଇଁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଯୁବକଙ୍କ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଆଉ ଏବେ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେ ନଦୀକୁ କାହିଁକି ଡେଇଁଲେ ସେନେଇ ପୁଲିସ ଏବେ ପରିବାରଲୋକଙ୍କୁ ପଚରାଉଚୁରା କରୁଛି |

Leave a Reply

Your email address will not be published. Required fields are marked *