ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଅଘଟଣ । ଭାରସାମ୍ୟ ହରାଇ ବ୍ରିଜର ବାଡ଼ରେ ପିଟି ହେବା ପରେ ଗାଡ଼ିରେ ଲାଗିଲା ନିଆଁ । କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୩ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା ।

ସୂଚନା ଅନୁସାରେ, ବସଟି ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବରମୁଣ୍ଡା ବସଷ୍ଟାଣ୍ଡରୁ ମାତ୍ର କେଇ ମିଟର ଦୂରରେ ଏକ ପିଟି ହୋଇଥିଲା ଲଳିତା ନାମକ ବସ୍ । ଫଳରେ ବସରେ ନିଆଁ ଲାଗି ଯାଇଥିଲା । କମିଶନରେଟ୍ ପୋଲିସ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।