କାନପୁର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ । କାନପୁରରେ ଖେଳାଯିବ ଏହି ମ୍ୟାଚ୍ । ଗତ ବିଶ୍ୱ ଟେଷ୍ଟ ଚାମ୍ପିଅନସିନ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବ ନାହିଁ । କିନ୍ତୁ ଦ୍ୱିତୀୟ ଟେଷ୍ଟକୁ ଫେରି ନେତୃତ୍ୱ ନେବେ ।

କାନପୁରରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ରେ ଅଜିଙ୍କ୍ୟ ରାହାଣେ ନେତୃତ୍ବ ଭାର ସମ୍ଭାଳିବେ । ରୋହିତ ଶର୍ମା, କେଏଲ୍‌ ରାହୁଲ, ଋଷଭ ପନ୍ତ୍‌, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି ପ୍ରମୁଖ ଉପଲବ୍‌ଧ ନାହାନ୍ତି । କେଏଲ୍ ରାହୁଲଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ୍ ଦଳରେ ସାମିଲ୍ କରାଯାଇଛି । ଫଳରେ ଏକ ଅନଭିଜ୍ଞ ଏବଂ ଅଧିକାଂଶ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳର ଅଧିନାୟକ ରାହାଣେଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ଟେଷ୍ଟ୍‌ ଦଳର ମାତ୍ର ୩ ସଦସ୍ୟ ରାହାଣେ, ଚେତେଶ୍ବର ପୂଜାରା ଓ ମୟଙ୍କ ଅଗ୍ରୱାଲ ହିଁ ୧୦ରୁ ଅଧିକ ଟେଷ୍ଟ୍‌ ଖେଳିଛନ୍ତି ।

ଇନିଂସ ଓପନ୍ କରିବେ ଶୁଭମନ୍ ଗିଲ୍ ଓ ମୟଙ୍କ ଅଗ୍ରଓ୍ୱାଲ୍ । ମିଡିଲ୍ ଅର୍ଡର ସମ୍ଭାଳିବେ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟସ୍ ଆୟାର, ରିଦ୍ଧିମାନ ଶାହ । ଆଜିର ମ୍ୟାଚରେ ଦୁଇ ଜଣ ଫାଷ୍ଟ ବୋଲର ଓ ତିନି ଜଣ ସ୍ପିନରଙ୍କୁ ନେଇ ମୈଦାନାକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଆର୍. ଅଶ୍ୱିନ୍, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ସ୍ପିନ୍ ବିଭାଗ ସମ୍ଭାଳିବେ । ଫାଷ୍ଟ ବୋଲିଂ ଦାୟିତ୍ୱ ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ କାନ୍ଧରେ ରହିଛି ।

Leave a Reply

Your email address will not be published. Required fields are marked *