ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ହକି ବିଶ୍ୱକପ୍ । ଡିସେମ୍ବର ୫ ତାରିଖ ଯାଏଁ ଚାଲିବ ଟକ୍କର । ସଜେଇ ହେଲାଣି କଳିଙ୍ଗ ଷ୍ଟାଡିୟମ୍‌ । ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ବିନା ଦର୍ଶକରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଗୁରୁବାର ଠାରୁ ଆରମ୍ଭ ହେବ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱ କପ୍। କଳିଙ୍ଗ ଷ୍ଟାଡିୟମ୍‌ରେ ୧୬ ଟି ଦେଶର ପତାକା ଛାଇ ହୋଇଗାଲାଣି । ମୁଖ୍ୟ ଗ୍ରାଉଣ୍ଡରେ ଚାଲିଛି ଅଭ୍ୟାସ।ଉଦଘାଟନୀ ଦିବସରେ ୪ଟି ମ୍ୟାଚ୍ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ପୁରୁଷ ଜୁନିଅର ହକି ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ହିରୋ ଇଣ୍ଡିଆନ୍ ସୁପର୍ ଲିଗ୍ ର ଅଷ୍ଟମ ସଂସ୍କରଣରେ ଆସନ୍ତାକାଲି ନିଜର ପ୍ରଥମ ମ୍ୟାଚ ଖେଳିବ ଓଡ଼ିଶା ଏଫ୍ ସି। ବେଙ୍ଗାଲୁରୁ ଏଫ୍ ସି ବିରୋଧରେ ଖେଳିବ ଓଡ଼ିଶା ଦଳ। ନୂତନ କୋଚ୍ କିକୋ ରାମିରେଜ୍ ଏବଂ ଅଧିନାୟକ ହେକ୍ଟର ରୋଡାସ ଏହି ସୂଚନା ଦେଇଛନ୍ତି । ଗୋଆର ଭାସ୍କୋ ରେ ଥିବା ତିଲକ୍ ମଇଦାନ ରେ ହେବା ଆସନ୍ତାକାଲି ର ମୁକାବିଲା।

ଏହି ସିଜନ ରେ ପ୍ରଥମଥର ପାଇଁ ଓଡ଼ିଶା ଏଫ୍ ସି ର ୩ ଜଣ ଅଧିନାୟକ ରହିଛନ୍ତି – ହେକ୍ଟର ରୋଡ଼ାସ, ଭିକ୍ଟର ମୋଙ୍ଗିଲ ଆଉ ବିନିତ୍ ରାଏ। କଳିଙ୍ଗ ଷ୍ଟାଡିଅମ୍ ସହିତ କିଟ୍ ହକି ଗ୍ରାଉଣ୍ଡରେ ବିଭିନ୍ନ ଦଳ ଅଭ୍ୟାସ ଜାରି ରଖିଛନ୍ତି । ବିଶ୍ୱ କପ୍ ଆୟୋଜକ ଭାରତକୁ ନେଇ ମୋଟ୍ ୧୬ ଟି ଟିମ୍ ଭାଗ ନେଉଛନ୍ତି । ଦଳ ଗୁଡିକ ହେଲା ଭାରତ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡସ, ସ୍ପେନ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ମାଲେସିଆ, ଦକ୍ଷିଣ କୋରିଆ, ଆର୍ଜେଣ୍ଟିନା ଚିଲି, କାନାଡ଼ା, ପୋଲାଣ୍ଡ ଓ ଆମେରିକା । ଖେଳାଳି ଓ ଅଫିସିଆଲ୍ସଙ୍କୁ ମିଶାଇ ମୋଟ୍ ୬୦୦ ଜଣ ଟୁର୍ଣ୍ଣାମେଣ୍ଟରେ ସାମିଲ ହେଉଛନ୍ତି ।

୨୦୧୬ ସଂସ୍କରଣ ଭାରତ ଆୟୋଜନ କରିଥିଲା । ଲକ୍ଷ୍ନୌରେ ଆୟୋଜିତ ଏହି ବିଶ୍ୱକପ୍ରେ ଘରୋଇ ଦଳ ଚାମ୍ପିଅନ ହୋଇଥିଲା । କ୍ରମାନ୍ୱୟରେ ଦ୍ୱିତୀୟ ଥର ଭାରତ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ବିଶ୍ୱ ଟାଇଟଲ ବଜାୟ ରଖିବା ନେଇ ଆଶାବାଦୀ ରହିଛି ।

Leave a Reply

Your email address will not be published. Required fields are marked *