ପୁରୀ : ଦାଦାବଟି ନ ଦେବାରୁ ପୁରୀରେ ଘଟିଛି ଗୁଳିକାଣ୍ଡ । ନରେନ୍ଦ୍ର କୋଣ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ବ୍ୟାଙ୍କ କର୍ମଚାରି ଦାଦା ବଟି ନଦେବାରୁ ତାଙ୍କୁ ଗୁଳି କରିଛନ୍ତି ଦୁର୍ବତ୍ତ ।ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଛନ୍ତି ସ୍ତ୍ରୀ । ଗୁଳିମାଡ଼ରେ ମହିଳା ଗୁରୁତର ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଉଛନ୍ତି ଶକୁନ୍ତଳା ସାହୁ ଓରଫ ଜିନା (୩୮)। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଜଣ ବାଇକ୍ ଆରୋହୀ ଗୁଳିମାଡ଼ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ଘରକୁ ଗତକାଲି ରାତି ପାଖାପାଖି ୧୨ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇ ଦାଦାବଟି ମାଗିଥିଲେ । ତେବେ ଜିନାଙ୍କ ସ୍ବାମୀ ଟଙ୍କା ଦେବାକୁ ମନା କରି ନ ଖୋଲିବାରୁ ଗ୍ରିଲ୍ ପଟେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ତେବେ ସ୍ୱାମୀଙ୍କୁ ବଞ୍ଚାଇବକୁ ଯାଇ ସକୁନ୍ତଳାଙ୍କ ଦେହରେ ଗୁଲି ବାଜିଥିଲା । ପୁରୀ ଡାକ୍ରଖାନାରେ ପ୍ରଥମେ ଚିକିତ୍ସା ହେବା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଏହା ପରେ ଦୁର୍ବତ୍ତମାନେ ଅନ୍ୟଦୁଇ ତିନିଜଣଙ୍କୁ ଦାଦାବଟି ମାଗି ଆତଙ୍କ ସୃଷ୍ଟି କରିଥିଲେ । ଅନ୍ୟପକ୍ଷରେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ନେତୃତ୍ୱରେ ଦୁଇଟି ପୃଥକ ଟିମ ଗଠନ କରାଯାଇ ତଦନ୍ତ ଚାଲିଛି । ତେବେ ୨ ଜଣ ଅଭିଯୁକ୍ତ ଏଭଳି କାଣ୍ଡ କରିଥିବା ଆହତ ମହିଳାଙ୍କ ସ୍ବାମୀ ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *