ରାଜ୍ୟରେ ଆଜି ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଓମିକ୍ରନ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି ।

ସେହିପରି ଗତ ଡିସେମ୍ବର ୨୧ ତାରିଖରେ ଓଡିଶାରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଡିସେମ୍ବର ୨୧ ତାରିଖରେ ୨ ଜଣ ପ୍ରଥମେ ଚିହ୍ନଟ ହୋଇଥିଲେ । ଏହାପରେ ଜାନୁଆରୀ ୧୨ ତାରିଖରେ ଏକା ଥରକେ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଜି ପୁଣି ୩୨ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚିନ୍ତା ବଢିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *