ବାରିପଦା: ଆଜିଠୁ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାଙ୍ଗରିପୋଷି, ଦେଉଳି, ଉଦଳା, କପ୍ତିପଦା, ରାସଗୋବିନ୍ଦପୁର ରେଞ୍ଜ ଅଧିନ ଜଙ୍ଗଲରେ ଗଣନା ଚାଲିଛି । ୪ଟି ପର୍ଯ୍ୟାୟରେ ୭ ଦିନ ପର୍ଯ୍ୟନ୍ତ ଚାଲିବ ବାଘ ଗଣନା। ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା ହେବ। ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯିବା।

ଆଜି ସାଉଥ ଜୋନରେ ବାଘ ଗଣନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ନର୍ଥ ଜୋନରେ ଗଣତି ହେବ । ଏହାସହ ନୂଆ ଟେକ୍ନୋଲୋଜିର ଉପଯୋଗରେ କୋର୍ ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ବାଘ ଗଣନା କରାଯିବ। କ୍ୟାମେରାରେ ବାଘର ପାଦଚିହ୍ନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରକାରୀ ନିୟମ ଅନୁଯାୟୀ ଗଣନା କାର୍ଯ୍ୟ ହେବ । ବାଘର ଫୁଟ୍ ପ୍ରିଣ୍ଟ ଓ ଟ୍ରାପ କ୍ୟାମେରା ସହାୟତାରେ ସ୍ୱତନ୍ତ୍ର ଆପ୍ ଜରିଆରେ ଚାଲିଛି ବ୍ୟାଘ୍ର ଗଣନା । ଏଥିରେ ଏସଟିଆର, ଡିଏଫଓ ସମେତ ସମସ୍ତ ବିଟ୍‌ର ବନ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published. Required fields are marked *