ରାଉରକେଲା: ବିସ୍ଫୋରଣ କରି ମାଓବାଦୀ ଉଡାଇଦେଲେ ରେଳ ଟ୍ରାକ । ଝାଡ଼ଖଣ୍ଡ ଚକ୍ରଧରପୁର ସୋନୁଆଁରେ ରେଳାଧାରଣା ଉଡାଇଦେଲେ ମାଓବାଦୀ । ଯାହାଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଗତ ମଧ୍ୟ ରାତି ୨ଟାରେ ହାୱଡା ମୁମ୍ବାଇ ଅପ ଓ ଡାଉନ ରେଲୱେ ଲାଇନ ଉଡାଇ ଦେଇଛନ୍ତି। ଫଳରେ ହାୱଡା ମୁମ୍ବାଇ ରୁଟରେ ସାଢେ ୬ ଘଣ୍ଟା ରେଳ ଚଳାଚଳ ବ୍ୟାହତ ହୋଇଛି।

ସକାଳ ସାଢେ ୬ଟାରୁ ତୃତୀୟ ଲାଇନରେ ରେଳ ଚଳାଚଳ ଆରମ୍ଭ ହୋଇଛି। ରେଲୱେର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମାଓବାଦୀଙ୍କ ଭାରତ ବନ୍ଦ ଡାକରା ସମୟରେ ରେଳଲାଇନ ଉଡାଇଥିବା ସନ୍ଦେହ କରାଯାଉଛି। ଚକ୍ରଧରପୁର ରେଲୱେ ଡ଼ିଭିଜନର ସିନିଅର DCM ଏହି ସୂଚନା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ପୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ ହୱଡା-ମୁମ୍ବାଇ ମାର୍ଗରେ ବିଳମ୍ବରେ ଚାଲିଛି। ରାଉରକେଲା ଷ୍ଟେସନରେ ମଧ୍ୟ କିଛି ଟ୍ରେନ ଅଟକି ରହିଛି। ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।