ସିନାପାଲି, ନିର୍ଭୟ ସୂଚନା (ଅଜିତ କୁମାର ଯୋଶୀ) : :ନୂଆପଡା ଜିଲ୍ଳା ସିନାପାଲି ଥାନା ଅନ୍ତର୍ଗତ ହାତିବନ୍ଧା ମୁଖ୍ୟରାସ୍ତା ବ୍ରିଜ ନିକଟରେ ଅପରାହ୍ଣ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣ କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ଜଣକ ଖଡ଼ିଆଳ ବ୍ଲକ କିରିକିଟା ଅନ୍ତର୍ଗତ ଖାଲିଆଭଟା ଗ୍ରାମର ବଲି ମାଝୀ (୩୧)ବୋଲି ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁସାରେ ବଳି ମାଝୀ ଏକ ଟିଭିଏସ ଷ୍ଟାର ସିଟି ଗାଡି(ସିଜି ୦୬ ସି ୫୧୮୩) ରେ ହାତିବନ୍ଧା ପଟ କୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଏଚ ଏଫ ଡିଲକ୍ସ ବାଇକ (ଓଡ଼ି ୨୬ ଇ ୦୬୪୮) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବଳି ମାଝୀ ଗୁରୁତର ହୋଇଥିବା ବେଳେ ଅନ୍ୟ ବାଇକରେ ଥିବା ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନେ ସିନାପାଲି ଅନ୍ତର୍ଗତ ନୀଳଜୀ ଗ୍ରାମର ବିକ୍ରମ ଭୋଇ(୨୨),କେଦାର ଭୋଇ (୨୭) ଓ କ୍ଷମା ଭୋଇ(୩୦) ବୋଲି ଜଣା ପଡିଛି। ଖବର ପାଇ ସିନାପାଲି ଆମ୍ବୁଲେନ୍ସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିଆଯାଇଛି । ଘଟଣା ସ୍ଥଳରେ ସିନାପାଲି ପୁଲିସ ସବ୍ଇନ୍ସପେକ୍ଟର ଗୌରୀ ସଂଙ୍କର ଦାସ, ଏଏସଆଇ,ପ୍ରଭାକର , ଶ୍ରୀ ବାଗ ପହଞ୍ଚି ଦୁଇ ବାଇକ କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *