ଭୁବନେଶ୍ବର : ଶେଷରେ ବନ୍ଧା ହେଲେ ରସିକିଆ ଟ୍ୟୁସନ୍ ମାଷ୍ଟର। ପାଠ ପଢାଉଥିବା ଛାତ୍ରୀଙ୍କୁୂ ଅପହରଣ କରି ନେଇଥିବା ଏହି ଟ୍ୟୁସନ୍ ସାର୍ଙ୍କୁ ସମ୍ବୁଲପୁରରୁ ଗିରଫ କରିଛି ପୁଲିସ୍। ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟରଙ୍କ ଅପହରଣ କରିନେବା ଅଭିଯୋଗ ହୋଇଥିଲା । ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ବଡଗଡ଼ ଓ ଅଇଁଠାପାଲି ଥାନା ପୁଲିସ ମିଳିତ ଉଦ୍ଯମରେ ଉଦ୍ଧାର କରାଯାଇଥିବାର ସୂଚନା । ଟ୍ୟୁସନ ମାଷ୍ଟରଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଦୁଇ ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରିବ ପୁଲିସ ।

ସୂଚନାମୁତାବକ , ଗୋପାଳକୃଷ୍ଣ ବଡତ୍ୟା ନାମକ ଜଣେ ଯୁବକ ୨ ନାବାଳିକା ଭଉଣୀଙ୍କୁ ଟ୍ୟୁସନ କରୁଥିଲେ । ହେଲେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଟ୍ୟୁସନ କରିବାରୁ ସନ୍ଦେହ କରିଥିଲେ ପରିବାର ନାବାଳିକାଙ୍କ ପରିବାର ଲୋକେ । ଆଉ ୨ ଭଉଣୀଙ୍କୁ ଆଉ ଟ୍ୟୁସନ ଛାଡ଼ିବାକୁ ମନା କରିଥିଲେ । ହେଲେ ଏଥିରେ ରାଗି ଯାଇ ସଂପୃକ୍ତ ଟ୍ୟୁସନ ମାଷ୍ଟର ଜଣକ ଧମକ ଚମକ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।ଗତ ରବିବାର ୨ ଛାତ୍ରୀଙ୍କୁ ନେଇ ଟ୍ୟୁସନ ମାଷ୍ଟର ଫେରାର ହୋଇଯାଇଥିଲେ । ପ୍ରତିଶୋଧ ପରାୟଣ ହୋଇ ସାର୍‌ ଏମିତି କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।