ଋଷିକେଶ: ୧୯ ବର୍ଷୀୟ ରିସର୍ଟ ରିସେପ୍‌ସନିଷ୍ଟ୍‌ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଗିରଫ ହେବା ପରେ ଆଜି ‘ବିଜେପି’ ତାଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତ ଯିଏ କି ପୁଲକିତଙ୍କ ଭାଇ ଉତ୍ତରାଖଣ୍ଡ ସରକାରଙ୍କ ‘ଉତ୍ତରାଖଣ୍ଡ ଅନ୍ୟାନ୍ୟ ପଛୁଆ ବର୍ଗ କମିସନ୍‌’ର ଉପାଧ୍ୟକ୍ଷ ଥିଲେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ଆଜି ପୂର୍ବାହ୍ନରେ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଥିବା ‘ବନତାରା ରିସର୍ଟ’କୁ ସ୍ଥାନୀୟ ଲୋକେ ପୋଡ଼ି ପକାଇଛନ୍ତି। ନିରାପତ୍ତା କର୍ମଚାରୀମାନଙ୍କ ସୁରକ୍ଷା ବଳୟରେ ଯାଉଥିବା ବେଳେ ସେମାନେ ‘ବିଜେପି’ ବିଧାୟିକା ରେଣୁ ବିସ୍ତ୍‌ଙ୍କ ବିରୋଧରେ ସ୍ଲୋଗାନ୍‌ ଦେବା ସହିତ ତାଙ୍କ କାର୍‌ ଭଙ୍ଗାରୁଜା କରିଛନ୍ତି। ଯେଉଁ ରିସର୍ଟରେ ଅଙ୍କିତା ରିସ୍ପେସନିଷ୍ଟ ଭାବେ କାମ କରୁଥିଲେ। ଅଙ୍କିତାଙ୍କ ହତ୍ୟାକାଣ୍ଡର ପ୍ରତିବାଦ କରି ସାର ରାଜ୍ୟରେ ବିକ୍ଷୋଭ ତେଜିବାରେ ଲାଗିଛି। ଆଜି ପୁଲକିତଙ୍କ ବାପା ତଥା ବିଜେପି ନେତାଙ୍କ ବିରୋଧରେ ପ୍ରବଳ ନାରାବଜି ହୋଇଥିଲା। ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀ ଦାବି କରିଥିଲେ। ଗତକାଲି ପୁଲକିତଙ୍କ ରିସର୍ଟ ଉପରେ ଢେଲା ମାଡ଼ କରିଥିଲେ ଲୋକେ। ଆଜି ପୁଲିସ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଥିବା ଘରୋଇ ରିସର୍ଟ ପରିସରରୁ ନିଖୋଜ ଅଙ୍କିତାଙ୍କ ଶବ ପାଇଥିଲା। ପୂର୍ବରୁ ୩ ଅଭିଯୁକ୍ତ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର୍‌ ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଗିରଫ କରାଯାଇଛି।