ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣିଜ୍ୟ କର (କମରସିଆଲ ଟ୍ୟାକ୍ସ) ଏବଂ ଜିଏସଟି ଅତିରିକ୍ତ କମିଶନର । ଅତିରିକ୍ତ କମିଶିନର ପିୟୁଶ କାନ୍ତ ପାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଯାଜପୁର ରୋଡ ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରହିଛି । ଅତିରିକ୍ତ କମିଶନରଙ୍କ ସହ ସମ୍ବନ୍ଧିତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି ।

କଟକ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି ଚଢ଼ାଉ । ଭୁବନେଶ୍ବର ଚକେଇଶିଆଣିରେ ଥିବା ୩ ମହଲା କୋଠା, ତାଙ୍କର ବ୍ୟାସନଗରର ଚୋରଦା ଛକଠାରେ ଥିବା ୨ଟି ତିନିମହଲା କୋଠା ଓ ୧ ଏକମହଲା କୋଠା, ରାଜଧାନୀର ଚକେଇସିଆଣିଠାରେ ଏକ ତିନିମହଲା କୋଠା, ଅନ୍ଧାରୁଆଠାରେ ୫ଟି ପ୍ଲଟ୍, ସଅଁପୁର ଓ ସୁନ୍ଦରପଦା ମୌଜାରେ ବି ପ୍ଲଟ୍ ଠାବ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟରେ ୫ ଜଣ ଡିଏସପି ଏବଂ ୧୧ ଜଣ ଇନିସପେକ୍ଟର ସାମିଲ ରହିଛନ୍ତି । କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ତଲାସି ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କାର୍ଯ୍ୟ କରୁଛି ଭିଜିଲାନ୍ସ ଟିମ୍ ।