ଭୁବନେଶ୍ବର: ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କୁ ଭେଟିବା ଲାଗି ଆଜି ସମ୍ ହସ୍ପିଟାଲରେ ପହଞ୍ଚିଛନ୍ତି ତୃପ୍ତି ଶତପଥୀ। କିଛିଦିନ ହେଲା ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାବୁସାନ୍‌ । ଏବେ ବାବୁସାନ୍ ସୁସ୍ଥ ଥିବା ଜଣାଯାଇଛି। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ତାଙ୍କ ଧର୍ମପତ୍ନୀ ତୃପ୍ତି ବାବୁସାନଙ୍କୁ ହସ୍ପିଟାଲରୁ ଘରକୁ ନେବେ ବୋଲି କୁହାଯାଇଛି। ତୃପ୍ତି ବାବୁସାନ୍ ମହାନ୍ତିଙ୍କ ପାରିବାରିକ ବନ୍ଧୁ ତଥା ଜଣାଶୁଣା ଅଭିନେତା ରବି ମିଶ୍ରଙ୍କ ସହ ପହଞ୍ଚିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଇଛି। ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍ ପାଇଁ ସେ ଏକ ବାଇକ୍ ଯାତ୍ରାରେ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ଲାଗି ତାଙ୍କୁ ସମ୍ରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ୬ ଜଣିଆ ଡାକ୍ତରୀ ଟିମ୍ ଅଧୀନରେ ତାଙ୍କର ଚିକିତ୍ସା ଜାରି ରହିଛି। ପ୍ରାୟ ସପ୍ତାହେ ହେବ ତାଙ୍କ ଚିକିତ୍ସା ଚାଲିଛି।